Bartamana Ra Itihasa:ଏକ ଗରିମାମୟ ଅତୀତ...

Bartamana Ra Itihasa

Aji heuchi bartamana,Gatakali thila atita o asantakali heuchi bhabisya.Bhabisya Ku Ame kehi dekhinanhati kintu Bartamana Ra Itihasa ta kahaku achhapa
nanhin.Bartamana Ra Itihasa bastabatare kan au kipari ?

ଗରିମାମୟ ଅତୀତ ର ରହସ୍ୟ:

ଇତିହାସ କେବେ ମଧ୍ୟ ଚାହିଁନି କାହା ଅତୀତରେ କଳା ଦାଗଟିଏ ଲାଗୁ।ସେ କେବଳ ଆଗ୍ରହର ସହ ଚାହିଁଥାଏ ଏକ ସ୍ୱର୍ଣିମାମୟ ,ଗୋୖରବମୟ ଅତୀତ ଯାହାକୁ ସେ ନିଜ ବୁକୁ ରେ ରଖି ଦୀର୍ଘଶ୍ୱାସ ପକାଇପାରିବ ।କିନ୍ତୁ ମନୁଷ୍ୟ ଦଇଵ ଦଉଡି ରେ ବନ୍ଧା।ଭାଗ୍ୟ ସ୍ୱୟଂ ହାତେ ନଥିଲେ ହେଁ କର୍ମ ନିଜ ପାଖେ ପାଖେ ଥାଉ ସେ ଅକର୍ମଣ୍ୟ ହୋଇ ବସେ।ସାରା ସଂସାରରେ ଏଥିରୁ ବ୍ୟତିକ୍ରମ ମିଳିଯିବ,ବରଂ ଅକର୍ମଣ୍ୟ ଶବ୍ଦଟି ଯେପରି ଏକ ଅନୁରଣନ ସୃଷ୍ଟି କରେ ଏଇ ସବୁଜମୟ ଧରାପୃଷ୍ଠରେ।
Bartamana Ra Itihasa

                          ଇତିହାସ ର ଅବଲୋକନ କଣ?କଣ ତାର ଉଦ୍ଦେଶ୍ୟ ?କିନ୍ତୁ ତାର ଉଦ୍ଦେଶ୍ୟ ତ ଭିତ୍ତିହୀନ ଅଟେ।ଇତିହାସ କେବେ ମଧ୍ୟ ପଳାତକ ନଥିଲା।ବରଂ ଥିଲା ସାହାସ ର ଗାଥା।ଜନ୍ମ ମୋର ଇତିହାସ ,ମୃତ୍ୟୁ ଯେ ଭବିଷ୍ୟ ଏହାର ଆକଳନ କରିବା ବୃଥାମି ।କାରଣ ମୃତ୍ୟୁ ହିଁ ସତ୍ୟ ,ସବୁ ସତ୍ୟ ଆପେକ୍ଷିକ।ଅପେକ୍ଷା ର ଫଳ ସର୍ବଦା ମିଠା କାହୁଁ ଏକ ପୂରାତନ ଗାଥା ହୋଇବସିଲାଣୀ ଏଇ ଆଧୁନିକ ତାରତମ୍ୟ ସମାଜ ରେ।ସମାଜ ଆଧୁନିକ ,ବେଶଭୂଷା ଉଚ୍ଚକୋଟିର ହେଲେହେଁ ଦୃଷ୍ଟିକୋଣ ସଂକୀର୍ଣ୍ଣ ଅଟେ।ଏଇ ସଂକୀର୍ଣ୍ଣମନା ସମାଜ ରେ ଅଭିଶପ୍ତ ଶତାବ୍ଦୀରେ ଜନ୍ମି ଅଛେ ଆମେ,ଯେଉଁଠି ନିଜ ସ୍ୱାଧୀନକୁ ବାଜିଲଗାଇ ବଞ୍ଚିବା କୁ ପଡ଼ିଥାଏ।
                          ସ୍ବପ୍ନ ଓ ବାସ୍ତବତାରେ ଅନେକ 
ତଫାତ ଅଛି,କିନ୍ତୁ ସ୍ୱପ୍ନ ଦେଖିବାରେ ଯେଉଁ ପ୍ରସନ୍ନତା,ଉନ୍ମାଦ ଭରି ରହିଥାଏ ତାହା ବାସ୍ତବ ଦୁନିଆରେ କ୍ୱଚିତ୍ ଦେଖାଯାଏ।ଇତିହାସ କିନ୍ତୁ ସ୍ବପ୍ନ ନୁହେଁ।ତା ହେଲେ ଇତିହାସ କଣ ଆନନ୍ଦ ଦାୟକ ନୁହଁ?ଅତୀତ ଚାଲିଯାଏ।ପଛକୁ ଚାହିଁଲେ ଅତୀତ ଫେରେନା।ଆଗତ ଭବିଷ୍ୟକକୁ ଯୁଗଳ ଈକ୍ଷଣେ ରଖି ବର୍ତ୍ତମାନ ସହ ଆମେ ତାଳ ଦେଇ ଚାଲୁ।କିନ୍ତୁ ନା ଫେରେ ଅତୀତ, ନା ଇତିହାସ।ଅତୀତର ଗାରିମାକୁ  ଇତିହାସ କୁହାଯାଇପାରେ।ତଥାପି କେମିତି ଅତୀତ ସମସ୍ତଙ୍କର ଦୁଃଖଦାୟକ ଓ ଯନ୍ତ୍ରଣାଭରା।
                           READ MORE
                    INDEPENDENCE DAY
                   ତାହାର ଅନୁକରଣ କରି ଚାଲିଲେ କେବଳ ସମୁଦ୍ରର ଲବଣାକ୍ତ ଜଳ ହିଁ ସାହାଭରସା ଥିବ।ନଦୀ ସବୁବେଳେ ସାଗରର ଅଟେ କିନ୍ତୁ ସାଗର କେବେ ପଚାରେନି ନଦୀର ଦୁଃଖ।ସାଗର ହୃଦୟ ଏତେ ବିଶାଳ ଯେ ଅନେକ ନଦୀ ତା ଗର୍ଭରେ ଲୀନ ହୁଅନ୍ତି।ପରିସମାପ୍ତି ଘଟଣା ଦୋହରାଇଥାଏ ଅତୀତର ସେହି ଲବଣାକ୍ତ ଜଳ କୁ।ମନୁଷ୍ୟ ଦୁଃଖ କିନ୍ତୁ ସେ ସାଗରର ବିଶାଳ ହୃଦୟ ଠାରୁ ଗଭୀର ଓ ବୃହତ।ତାକୁ ଅନୁକମ୍ପା ଦେଖାଇବାକୁ ନା ନଦୀ ଥାଏ ନା ଥାଏ ନିଜ ବୁକୁରେ ରଖିଥିବା ଲବଣ ଜଳ।
                 ସ୍ୱଚ୍ଛ ଆରସୀ ର ପ୍ରତିବିମ୍ବ ସର୍ବଦା ଯେ ସ୍ୱଚ୍ଛ ତାହା ଆକଳନ କରିବା ମୁର୍ଖାମୀ।ମନୁଷ୍ୟ ନିଜ ହାତରେ ଲେଖିଥାଏ ନିଜ ଇତିହାସ କିନ୍ତୁ ଇତିହାସ କୁ ବଦଳାଇବାର ଦୁଃସାହସ କେବେ କରିନି କାରଣ ଭଗବାନ ମଧ୍ୟ ଏ କାଳ ଚକ୍ରରେ ବନ୍ଧା।ବର୍ତ୍ତମାନ ଇତିହାସ ସହ ଜଡ଼ିତ ,ଅତୀତ ଇତିହାସ ସହ।ତେଣୁ ବର୍ତ୍ତମାନ ଓ ଇତିହାସ ଦୁହେଁ ଅପେକ୍ଷିକ।ସବୁ ଆରମ୍ଭ ର ଶେଷ ଥାଏ ଏବଂ ସବୁ ଶେଷ ର ମଧ୍ୟ ଏକ ଆରମ୍ଭ ଥାଏ।
Bartamana Ra Itihasa କୁ ଆଜି ର ଅତୀତ କହିଲେ ଅତ୍ୟୁକ୍ତି ହବ ନାହିଁ।ଏହା ଏକ ଦୂରପାହାଡ଼ ଭଳି ଯାହାକୁ ଦୂରରୁ ଦେଖିଲେ ସୁନ୍ଦର କିନ୍ତୁ ପାଖରୁ ଦେଖିଲେ ଏକ ନିର୍ଜିବ ପଥରର ଏକ ଦୁମା।
Bartamana Ra Itihasa

ସତ୍ୟତା କଣ ?

ଅତୀତ ର ପ୍ରତି ମୁହୂର୍ତ୍ତ ସତ୍ୟ ଅଟେ।ଜାଣିବାର ଆଶା ଥିଲେ ଆମେ ଜିଜ୍ଞାସା ର ସହ ତାକୁ ଅନ୍ୱେଷଣ କରିଥାଉ।ତାହା ଇତିହାସ ର ନାମ ଦିଆଯାଏ।ସତ୍ୟ କୁ ଆଡେଇ ଦେଇ ହୁଏନା।ଅତୀତ କୁ ଭୁଲିବାର ପ୍ରୟାସ ରେ ବର୍ତ୍ତମାନ ର ଅନେକ କିଛି ହାତଛଡା ହେଇଯାଏ।ବର୍ତ୍ତମାନରେ ବଞ୍ଚିବା ଶିଖ!!!

Bartamana Ra Itihasa 
Bartamana Ra Itihasa is History of present which lies within the present and history.Nobody has the sense that from which time this thing is making sense.
                              ଧନ୍ୟବାଦ

Bartamana Ra Itihasa:ଏକ ଗରିମାମୟ ଅତୀତ... Bartamana Ra Itihasa:ଏକ ଗରିମାମୟ ଅତୀତ... Reviewed by Mahitosh Gopal on 11:19:00 AM Rating: 5

1 comment:

https://www.amazon.in/gp/product/B077PW9V3J/ref=as_li_tl?ie=UTF8&tag=mahitoshgopal-21&camp=3638&creative=24630&linkCode=as2&creativeASIN=B077PW9V3J&linkId=85d7079e5fe0d092980831810c484826
Theme images by konradlew. Powered by Blogger.